“ଅର୍ଶ ଓ ମଳ କଣ୍ଟକର ଘରୋଇ ଉପଚାର | Piles & Fissure Treatment at Home | Odia Health Tips”
ଅର୍ଶ ଓ ମଳ କଣ୍ଟକର ଘରୋଇ ଉପଚାର ବିଷୟରେ ଜାଣନ୍ତୁ , ଅପରେସନ କରିବାକୁ ପଡ଼ିବନି। How to Cure Piles and Fissure in 3 days at Home,
ଅର୍ଶ ଓ ମଳ କଣ୍ଟକ – ଏହା ଅତ୍ୟନ୍ତ କଷ୍ଟଦାୟକ ସମସ୍ୟା। କିନ୍ତୁ ଘରେ ଥିବା କିଛି ସରଳ ଉପଚାର ଦ୍ୱାରା ବହୁତ ଆରାମ ପାଇପାରିବେ।
ଆସନ୍ତୁ ଆଜି ଜାଣିବା – କେମିତି ଘରୋଇ ଉପଚାରରେ ଅର୍ଶ ଓ ମଳ କଣ୍ଟକ ନିୟନ୍ତ୍ରଣ କରିପାରିବେ
ଅର୍ଶ (Piles) କାହିଁକି ହୁଏ ?
ଏହାର ମୂଳ କାରଣ ହେଲା, ଝାଡ଼ା ସଫା ନହେଲେ
“ଅଧିକ କବଜ ରହୁଥିଲେ, କୋଷ୍ଠକାଠିନ୍ୟ ସମସ୍ୟା, ଜ୍ୱାଳାମୁଖୀ ଖାଦ୍ୟ ଅର୍ଥାତ ଅଧିକ ତେଲ ମସଲା ଯୁକ୍ତ ଖାଦ୍ୟ ଖାଇବା କାରଣରୁ, କମ୍ ପାଣି ପିବା, ଅଧିକ ସମୟ ପର୍ଯ୍ୟନ୍ତ ଗୋଟିଏ ଜାଗାରେ ବସି ରହିବା, ଫାଇବର ଯୁକ୍ତ ଖାଦ୍ୟ ଫଳ ପନିପରିବା ନ ଖାଇବା କାରଣରୁ ଅର୍ଶ ରୋଗ ସୃଷ୍ଟି ହୁଏ। ଏଥିରେ ମଳଦ୍ୱାରର ଶିରା ଫୁଲିଯାଏ ଓ ଛୁଞ୍ଚି ମାରିଲା ପରି ଭିଷଣ ଯନ୍ତ୍ରଣା ଦେଇଥାଏ ଏବଂ ମଳ ଦ୍ବାର ଭିତରେ ଏବଂ ବାହାରେ କୁଣ୍ଡେଇ ହୁଏ।
“କଠିନ ମଳ ତ୍ୟାଗ କରିବା ସମୟରେ ମଳଦ୍ୱାରର ଚର୍ମ ଫାଟିଯାଏ। ଏହାକୁ ମଳ କଣ୍ଟକ କୁହାଯାଏ। ଏଥିରେ ଜ୍ୱାଳା, ରକ୍ତସ୍ରାବ ଓ ଅତ୍ୟନ୍ତ କଷ୍ଟ ହୁଏ।”
ଏଠାରେ ଦିଆଯାଇଥିବା ଘରୋଇ ଉପଚାର ଭିତରୁ ଯେଉଁଟି ସରଳ ଲାଗୁଛି, ସେଥିରୁ ଗୋଟାଏ ଔଷଧ ବ୍ୟବହାର କରନ୍ତୁ। ସର୍ବ ପ୍ରଥମେ ଝାଡ଼ା ସଫା ହେବା ପାଇଁ ଉପାୟ କରନ୍ତୁ। ଝାଡ଼ା ସଫା ହେବା ମାତ୍ରେ ଅର୍ଶ ର ପ୍ରକୋପ ଶାନ୍ତ ହୋଇଯିବ।
ଶୀଘ୍ର ଆରାମ ପାଇବା ପାଇଁ ଘରୋଇ ଉପଚାର ହେଲା (Home Remedies)
1️⃣ ଗରମ ପାଣିରେ ବସିବା (Sitz Bath) – ଏହା କଲେ ତତ୍କାଳ ଆରାମ ମିଳିବ।
ଅଧା ଟବ୍ ଗରମ ପାଣିରେ ଅଧା ଚାମଚ୍ ଫିଟିକିରି ଗୁଣ୍ଡ ମିଶାଇ ସେହି ପାଣିରେ 15 ମିନିଟ ବସନ୍ତୁ। ଦିନେ ଦୁଇଥର କଲେ ଯନ୍ତ୍ରଣା ଓ ଫୁଲା ଦରଜ କମେ।
ଏଥିରେ ମଳ କଣ୍ଟକ ର ଚର୍ମ ଫାଟ ର ଯନ୍ତ୍ରଣା ଶିଘ୍ର ସୁସ୍ଥ ହୁଏ।
2️⃣ ତିଳତେଲ + ହଳଦୀ ପ୍ୟାକ
“1 ଚାମଚ୍ ତିଳତେଲରେ 1 ଚିମୁଟି ହଳଦୀ ମିଶାଇ ପେଷ୍ଟ ବନାଇ, ପୀଡିତ ସ୍ଥାନରେ ହାଲୁକାରେ ଲଗାନ୍ତୁ।
ହଳଦୀରେ ଆଣ୍ଟିସେପ୍ଟିକ୍ ଗୁଣ ରହିଥାଏ ଏହା ହେମରୋଇଡ୍ piles ର ଜ୍ୱାଳା କମାଏ।”
3️⃣ ଇସବଗୋଲ (Isabgol) ପାଉଡର – କବଜକୁ ଦୂର କରେ ।
“ରାତିରେ ଶୁଇବା ପୂର୍ବରୁ 1 ଚାମଚ୍ Isabgol କୁ ଗୋଟିଏ ଗିଲାସ ଗରମ ପାଣି କିମ୍ବା ଦହି ସହିତ ମିଶାଇ ପିଅନ୍ତୁ।
ଏହା ମଳ କୁ ନରମ କରେ ଓ ମଳ କଣ୍ଟକ ରେ ଆରାମ ଦେଇଥାଏ।
4️⃣ ଆଲୋଭେରା ଜେଲ (Aloe Vera Gel) ଅତ୍ୟନ୍ତ ଉପକାରୀ, ଏହାର ଗୁଣ ମଧ୍ୟ ଅଗଣିତ। ଏହାକୁ ଖାଇବା ଏବଂ ମଳ ଦ୍ବାର ରେ ଲଗେଇବା
“ତାଜା ଆଲୋଭେରା ପତ୍ରର ଜେଲ କାଟି କରି ୫୦ ଗ୍ରାମ ମାତ୍ରା ରେ ଖାଆନ୍ତୁ ଏବଂ ପୀଡିତ ସ୍ଥାନରେ ଲଗାନ୍ତୁ। Aloe Vera ଖାଇବା ଦ୍ୱାରା ଏଥିରେ ଥିବା Antioxidant ଗୁଣ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ। Anti Inflammatory ଗୁଣ ଫୁଲା ଦରଜ ଯନ୍ତ୍ରଣା ରୁ ଆରାମ ଦିଏ। ଏହାର Anti Bacterial ଗୁଣ ଜୀବାଣୁ ନାଶକ ଅଟେ। Antiseptic ଗୁଣ କ୍ଷତ ଘାଆ ଶୁଖିବା ରେ ସାହାଯ୍ୟ କରେ। ଚର୍ମ ରୋଗରେ ଅତ୍ୟନ୍ତ ଉପକାରୀ।
ଏହା ଅର୍ଶର ଫୁଲା ଦରଜ ଓ ଜ୍ୱାଳା କମାଇବାରେ ଏହା ଅତ୍ୟନ୍ତ କାର୍ଯ୍ୟକାରୀ ଏବଂ ପେଟର ଯାବତୀୟ ସମସ୍ୟା ଗୁଡିକରୁ ରକ୍ଷା କରେ। ହଜମ ଶକ୍ତି ବୃଦ୍ଧି ହୁଏ, କଠିନ ମଳ କୁ ନରମ କରି ପେଟ ସଫା ହେବା ରେ ସାହାଯ୍ୟ କରେ। ଗ୍ୟାସ ସମସ୍ୟା, ଏସିଡିଟି , Bloating ପେଟ ଫୁଲିବା ସମସ୍ୟା ରୁ ରକ୍ଷା କରେ।
5️⃣ ପଇଡ଼ ପାଣି ଓ ଫାଇବର ଯୁକ୍ତ ଖାଦ୍ୟ।
“ଦିନକୁ 2–3 ଗିଲାସ ପଇଡ ପାଣି ପିଲେ ଶରୀର ସହଜରେ ହାଇଡ୍ରେଟ୍ ହୁଏ।
ଯଦି ଆପଣ ରେଡି ମେଡ୍ ଔଷଧ ଖାଇବାକୁ ଚାହାନ୍ତି ତେବେ ପାତଞ୍ଜଳୀ ଆୟୁର୍ବେଦ ଔଷଧ ଦୋକାନ ରୁ ଅର୍ଶ କଳ୍ପ ବଟି କିଣି କରି ସକାଳ ସନ୍ଧ୍ୟା ରେ ଗୋଟିଏ କରି ବଟିକା ଖାଆନ୍ତୁ। ଏହା ଅତ୍ୟନ୍ତ ପ୍ରଭାବଶାଳୀ, ଏହାକୁ ମୁଁ ନିଜେ ବ୍ୟବହାର କରିଥିଲି ଯାହା ଏକ ସପ୍ତାହ ରେ ଅର୍ଶ ରୋଗ ସମ୍ପୂର୍ଣ୍ଣ ଠିକ୍ ହୋଇଗଲା।
୬ - କଞ୍ଚା ଥଣ୍ଡା ଗାଈ କ୍ଷୀର ଏକ କପ୍ ରେ ଅଧା ଲେମ୍ବୁ ରସ ମିଶାଇ ସକାଳୁ ଖାଲି ପେଟରେ ପିଅନ୍ତୁ। ଏହି କାମ ୩ ଦିନ କରନ୍ତୁ।
୭ - ନଡ଼ିଆ କତା କୁ ଜଳାଇ କରି ତା'ର ଭସ୍ମ ଅଧା ଚାମଚ୍ କୁ ଦହି ରେ ମିଶାଇ ସକାଳେ ଖାଲି ପେଟରେ ପିଅନ୍ତୁ।
ଏହା ଛଡା କିଛି ଫାଇବର ଯୁକ୍ତ ଖାଦ୍ୟ ଫଳ ପନିପରିବା ଖାଇବା ଦ୍ୱାରା Digestive system ମଜବୁତ ହୁଏ ଏବଂ କୋଷ୍ଠକାଠିନ୍ୟ ସମସ୍ୟା ଦୂର ହେବ।
ଏଗୁଡିକ ହେଲା, ପେଟ ସଫା ହେବା ପାଇଁ ନମ୍ବର One ହେଲା ପିଜୁଳି, ଏହା ଛଡା ସେଓ ଅମୃତଭଣ୍ଡା କଦଳୀ ମୂଳା, ସାରୁ, ଓଲୁଅ ,ସଜନା ଶାଗ , ସଜନା ଛୁଇଁ, ଇତ୍ୟାଦି।
ପ୍ରତିଦିନ ୧୦୦/୨୦୦ ଗ୍ରାମ ସାଲାଡ଼ ଭୋଜନ କରିବା ପୂର୍ବରୁ ଖାଆନ୍ତୁ। ( କଞ୍ଚା ପିଆଜ କାକୁଡି ବିଟ୍ ରୁଟ, ଗାଜର ଧନିଆ ପତ୍ର ମୁଳା ଇତ୍ୟାଦି)
ଖାଦ୍ୟରେ କ’ଣ ଖାଇବା ଉଚିତ ନୁହେଁ ?
“ମସଲା ଖାଦ୍ୟ, ମାଂସ, ଖଟା, ବରା, ପକୁଡ଼ି, ତେଲରେ ଛଣା ଜିନିଷ, ଜଙ୍କ ଫୁଡ୍, ଚାଆ, ବହୁତ କଫି… ଏସବୁ ଅର୍ଶକୁ ବଢାଇଥାଏ।”
କେବେ ଡାକ୍ତରଙ୍କୁ ଦେଖାଇବା ଆବଶ୍ୟକ ?
“ଯଦି
✔ ବହୁତ ରକ୍ତସ୍ରାବ,
✔ ଖୁବ ଯନ୍ତ୍ରଣା,
✔ 7–10 ଦିନରେ ଯଦି ଆରାମ ମିଳୁନାହିଁ –
ତେ
ବେ ଡାକ୍ତରୀ ପରାମର୍ଶ ନେବା ଆବଶ୍ୟକ।

टिप्पणियाँ
एक टिप्पणी भेजें