सीधे मुख्य सामग्री पर जाएं

Eyesight Home remedies odia, ଦୃଷ୍ଟି ଶକ୍ତି ବୃଦ୍ଧି ପାଇଁ ଘରୋଇ ଉପଚାର।

Eyesight Home remedies odia,  ଦୃଷ୍ଟି ଶକ୍ତି ବୃଦ୍ଧି ପାଇଁ ଘରୋଇ ଉପଚାର।

Eyesight 
 
 ୧, ଦୃଷ୍ଟି ଶକ୍ତି ବଢ଼ିବା ପାଇଁ ସୂର୍ଯ୍ୟ ଉଦୟ ପୂର୍ବରୁ ସବୁଜ ଘାସ ଉପରେ ଖାଲି ପାଦରେ 15 ମିନିଟ୍ ଚାଲନ୍ତୁ। ଏବଂ 
ଏକ ବାଲ୍ଟି ବିଶୁଦ୍ଧ ପାଣି ଭର୍ତ୍ତି କରି  ସେଥିରେ ମୁଣ୍ଡ ବୁଡ଼ାଇ ଆଖି ଖୋଲି କରି ପାଣି ଭିତରେ କିଛି ସମୟ ଦେଖନ୍ତୁ |
୨, ସପ୍ତାହରେ ଦୁଇଥର ନିଜ ପରିସ୍ରା  ଆଖିରେ ଲଗାଇ ଅଧଘଣ୍ଟା ରଖନ୍ତୁ ପୁଣି ଥଣ୍ଡା ପାଣିରେ ଆଖି ଧୋଇଦିଅନ୍ତୁ ଏଥିରେ ସମସ୍ତ ପ୍ରକାର ଚକ୍ଷୁ ରୋଗ ନଷ୍ଟ ହୁଏ।
 ୩, ଆଖି ତଳେ କଳା ପଡିଥିଲେ କାକୁଡି କାଟି କରି 
 Dark circles ଉପରେ କିଛି ସମୟ ମାଲିସ୍ କରନ୍ତୁ।
୪,ଭଲ ନିଦ୍ରା ଆସିବା ପାଇଁ ପାଦ ତଳେ ସୋରିଷତେଲ କିମ୍ବା ଗାଈ ଘିଅ ମାଲିସ୍ କରନ୍ତୁ।ପାଦ ତଳର ସମ୍ପର୍କ ସିଧା ମସ୍ତିଷ୍କ ରେ ଥାଏ, ଆପଣଙ୍କର ମସ୍ତିଷ୍କ କୁ ଆରାମ ମିଳିବ।
୫,ଜ୍ୱର କମ୍ କରିବା ପାଇଁ ୧୦ ଗ୍ରାମ ଅଦା ରସ ରେ ୧ ଚାମଚ ମହୁ ମିଶାଇ ଖାଆନ୍ତୁ।
୬,ଛୋଟ ପିଲାଙ୍କ ଜ୍ୱର କମ୍ କରିବା ପାଇଁ ତୁଳସୀ ପତ୍ର ସହିତ ସମାନ ମାତ୍ରାରେ ଗୋଲମରିଚ ବାଟି କରି ସୋଲା  ମଞ୍ଜି ପରି ଗୁଳି ତିଆରି କରି ୧ - ୧ ଗୁଳି ସକାଳ ସନ୍ଧ୍ୟା ରେ ଖାଆନ୍ତି।
୭,ଜଣ୍ଡିସ ଠିକ୍ କରିବା ପାଇଁ ମୂଳା ରସ ୨୦ ମିଲି ଗ୍ରାମ ରେ ମିଶ୍ରି ଗୁଣ୍ଡ ମିଶାଇ ପିଅନ୍ତୁ। କିମ୍ବା
୮,ପୁରୁଣି ଶାଗ (ପୂନରର୍ବା) ଭାଜି କରି ୨୦ ଗ୍ରାମ ମାତ୍ରାରେ ଖାଆନ୍ତୁ।
୯, ପକ୍ଷାଘାତ Paralysis ଠିକ୍ କରିବା ପାଇଁ ବିରି ଡାଲି ପାଣିରେ ବତୁରାଇ ଏବଂ ବାଟି କରି ଗାଈ ଘିଅ ରେ ଭାଜି କରି ଏଥିରେ  ଅଳ୍ପ ସୁଣ୍ଠି ଗୁଣ୍ଡ ମିଶାଇ ଗୁଡ଼ ସହିତ ଲଡୁ ତିଆରି କରି ପ୍ରତିଦିନ ଗୋଟିଏ କରି ୧ ମାସ ପର୍ଯ୍ୟନ୍ତ ଖାଆନ୍ତୁ। ଏବଂ ରାତିରେ ଗାଈ ଘିଅ ଉଷୁମ କରି ୨ - ୨ ବୁନ୍ଦା ନାକରେ ପକାନ୍ତୁ।
୧୦,ଚର୍ମ ରୋଗ ଠିକ୍ କରିବା ପାଇଁ ନିମ ପତ୍ରକୁ ପାଣିରେ ସିଝାଇ ୧୦  ମିଲି ଗ୍ରାମ ସହିତ ଅଳ୍ପ ହଳଦୀ ଗୁଣ୍ଡ ମିଶାଇ ପିଅନ୍ତୁ। ଏବଂ ରସୁଣ ଓ ଡାଳିମ୍ବ ଚୋପା ବାଟି କରି ଲେପ ଲଗାନ୍ତୁ। କିମ୍ବା
୧୧,ସକାଳୁ ଖାଲି ପେଟରେ ଉଷୁମ ପାଣିରେ ଏକ ଚାମଚ ମହୁ ଏବଂ ଲେମ୍ବୁ ରସ ମିଶାଇ ପିଅନ୍ତି।
୧୨,ପରିଶ୍ରା ପୋଡ଼ା କମ୍ କରିବା ପାଇଁ ୧ ଗ୍ଲାସ୍ ପାଣିରେ ମିଶ୍ରି ଏବଂ ପାନ ମହୁରୀ ଅଧା ଚାମଚ ମିଶାଇ ରାତିରେ ବତୁରାଇ ଦିଅନ୍ତୁ, ଏହି ପାଣି ସକାଳୁ ପିଅନ୍ତି।
୧୩,ଥଣ୍ଡା କାଶ କମ୍ କରିବା ପାଇଁ ୭ - ୮ ତୁଳସୀ ପତ୍ର ଏବଂ ୨ ଟି ଗୋଲମରିଚ ମିଶାଇ ଖାଆନ୍ତୁ। କିମ୍ବା
,୧୦ ଗ୍ରାମ ଅଦା ରସ ରେ ଏକ ଚାମଚ ମହୁ ମିଶାଇ ସକାଳ ସନ୍ଧ୍ୟା ରେ ଖାଆନ୍ତୁ।
୧୪,ଧଳା ଛଉ Leucoderma ଠିକ୍ କରିବା ପାଇଁ ୪ ଗ୍ରାମ ହଳଦୀ ଗୁଣ୍ଡ ୨୦୦ ଗ୍ରାମ ଗାଈ କ୍ଷୀର ରେ ମିଶାଇ ଦିନରେ ଥରେ ଏକ ମାସ ପିଅନ୍ତି। କିମ୍ବା
୧୫,ଲିକୋ ସ୍କିନ୍ Leucoskin Ointment ଲଗାନ୍ତୁ।
Low blood pressure ଠିକ୍ କରିବା ପାଇଁ ଗାଜର ରସ ରେ ମହୁ ମିଶାଇ ପିଅନ୍ତି। କିମ୍ବା
୧୬, ୧୦୦ ଗ୍ରାମ କିସମିସ ରାତିରେ ପାଣିରେ ବତୁରାଇ ସକାଳୁ  ସେହି ପାଣି ସହିତ ଖାଆନ୍ତୁ।
୧୭,High blood pressure ଠିକ୍ କରିବା ପାଇଁ ଖାଲି ପେଟରେ ୨ - ୪ ଟି ବେଲ ପତ୍ର ଚୋବେଇ କରି ଖାଆନ୍ତୁ। କିମ୍ବା
୧୮,ମେଥି ମଞ୍ଜି ଗୁଣ୍ଡ ୧ ଚାମଚ ସକାଳୁ ଖାଲି ପେଟରେ ୨ ସପ୍ତାହ ଖାଆନ୍ତୁ।
୧୯,ଭୋକ ବଢାଇବା ପାଇଁ ୧ ଚାମଚ ଅଦା ରସ ରେ ଏକ ଚାମଚ ମହୁ ମିଶାଇ ପିଅନ୍ତି।
୨୦,ଏସିଡିଟି ଅମ୍ଳ କମ୍ କରିବା ପାଇଁ ଭୋଜନ କରିବା ପରେ ୨ ଟି ଲବଙ୍ଗ ଖାଆନ୍ତୁ। କିମ୍ବା
୨୧,ଉଷୁମ ପାଣିରେ ଲେମ୍ବୁ ରସ ମିଶାଇ ପିଅନ୍ତୁ।
ପେଟ ଯନ୍ତ୍ରଣା କମ୍ କରିବା ପାଇଁ ଜୁଆଣି ମଞ୍ଜି ଗୁଣ୍ଡ ଅଧା ଚାମଚ ରେ ଅଳ୍ପ କଳା ଲୁଣ ପାଣିରେ ମିଶାଇ ପିଅନ୍ତି।
୨୨,ପେଟ ଭିତରେ ଜଳନ ହେଉଥିଲେ ଅଧିକ ପାଣି ପିଅନ୍ତୁ ଏବଂ ଘି କୁଆଁରୀ Aloe Vera ରସ ପିଅନ୍ତୁ।
୨୩,କୃମି ନଷ୍ଟ କରିବା ପାଇଁ ଅଧା ଚାମଚ ଜୁଆଣି ମଞ୍ଜି ଗୁଣ୍ଡ ସହିତ ଗୁଡ଼ ମିଶାଇ ରାତିରେ ଖାଆନ୍ତୁ।
୨୪,ନାକରୁ ରକ୍ତସ୍ରାବ ହେଉଥିଲେ ଥଣ୍ଡା ପାଣି ମୁଣ୍ଡରେ ଢାଳି ଦିଅନ୍ତୁ।
୨୫,ମହିଳାଙ୍କ ଋତୁସ୍ରାବ ଠିକ୍ ସମୟରେ ନ ହେଉଥିଲେ କିମ୍ବା ତଳି ପେଟରେ ଯନ୍ତ୍ରଣା,ପିଠିରେ ଯନ୍ତ୍ରଣା ହୋଇଥିଲେ ଉଷୁମ ଗାଈ କ୍ଷୀର ରେ ଅଧା ଚାମଚ ହଳଦୀ ଗୁଣ୍ଡ ମିଶାଇ ରାତିରେ ପିଅନ୍ତି।
୨୬,ଓଠ ଫଟା  ବନ୍ଦ କରିବା ପାଇଁ ଗାଈ କ୍ଷୀର ସ୍ୱାଇଁ ରେ ଅଳ୍ପ ହଳଦୀ ଗୁଣ୍ଡ ମିଶାଇ ଓଠରେ ଲଗାନ୍ତୁ କିମ୍ବା ବାଦାମ ତେଲ ହାତ ପାପୁଲିରେ,ନାଇରେ ଏବଂ ଓଠରେ ଲଗାନ୍ତୁ।
୨୭,ଜୀଭ ଫାଟିବା କିମ୍ବା ତୁଣ୍ଡକା ଠିକ୍ କରିବା ପାଇଁ ଖଣ୍ଡେ ହରିଡା ମୁହଁ ଭିତରେ କିଛି ସମୟ ରଖନ୍ତୁ। କିମ୍ବା ,ପାନରେ ଦେଉଥିବା ଖଇର ମୁହଁ ଭିତରେ ରଖନ୍ତୁ।
୨୮,କାନ ଭିତରୁ ପୁଜ ଆସୁଥିଲେ ତୁଳସୀ ପତ୍ର ରସ,ଅଦା ରସ, ଅଳ୍ପ ସନ୍ଧେବ ଲୁଣ,ମହୁ ଏବଂ ସୋରିଷ ତେଲରେ ମିଶାଇ ବୋତଲରେ ରଖନ୍ତୁ। ଏହି ତେଲ କୁ ଉଷୁମ କରି କାନରେ ପକାନ୍ତୁ।
୨୯,କାନ ବିନ୍ଧା କମ୍ କରିବା ପାଇଁ ସୋରିଷତେଲ ରେ ୨ ପାଖୁଡ଼ା ରସୁଣ ପକାଇ ଗରମ କରନ୍ତୁ ଏବଂ ଅଳ୍ପ ଉଷୁମ ଅବସ୍ଥାରେ କାନରେ ପକାନ୍ତୁ।
୩୦, ମୁଣ୍ଡ ବିନ୍ଧା ଏବଂ ଅଧ କପାଳି ବିନ୍ଧା କମ୍ କରିବା ପାଇଁ ଗାଈ ଘିଅ କିମ୍ବା ସୋରିଷତେଲ ୨ ବୁନ୍ଦା  ନାକରେ ପକାନ୍ତୁ।
୩୧, ଅଧା କପାଳି ବିନ୍ଧା କମ୍ କରିବା ପାଇଁ ରସୁଣ ବାଟି କରି କପାଳ ରେ ଲେପ ଲଗାନ୍ତୁ।
୩୨, ସ୍ମରଣ ଶକ୍ତି ବୃଦ୍ଧି ପାଇଁ ଅଖରୋଟ(Walnut) ଖାଆନ୍ତୁ। ପାଣିରେ ବତୁରାଇ ୪ ଟି ଅଲମଣ୍ଡ Almond ବାଦାମ ଖାଆନ୍ତୁ।
୩୩, ଚର୍ମ ଉପରେ ଥିବା କଳା ଦାଗ ଏବଂ ସିକୁଡନ Wrinkles କମ୍ କରିବା ପାଇଁ ପାଚିଲା ଅମୃତଭଣ୍ଡା କାଟି କରି କିଛି ସମୟ ଚର୍ମ ଉପରେ ଘସି କରି ଲଗାନ୍ତୁ
୩୪, କେଶ ଝଡ଼ିବା ବନ୍ଦ ପାଇଁ କେଶରେ ଦହି ଲଗାଇ ଅଧା ଘଣ୍ଟା ରଖନ୍ତୁ ପୁଣି ପାଣିରେ ଧୋଇ ଦିଅନ୍ତୁ।
୩୫, ଛାତିରେ ଜଳନ କମ୍ କରିବା ପାଇଁ ଲେମ୍ବୁ ପାଣି ପିଅନ୍ତୁ। କିମ୍ବା ଆଲୋବେରା ରସ ପିଅନ୍ତି।
୩୬, ମଦ୍ୟ ନିଶା କମ୍ କରିବା ପାଇଁ ୧ ଗ୍ରାମ ଫିଟିକିରି ଗୁଣ୍ଡ ପାଣିରେ ମିଶାଇ ପିଅନ୍ତି, କିମ୍ବା ସେଓ ରସ ପିଅନ୍ତି
୩୭, ଭାଙ୍ଗ ନିଶା କମ୍ କରିବା ପାଇଁ ହରଡ଼ ଡାଲି ସିଝାଇ ସେହି ପାଣି ପିଅନ୍ତୁ।
୩୮, ମୁହଁ ରୁ ଦୁର୍ଗନ୍ଧ ଦୂର କରିବା ପାଇଁ ଡାଳିମ୍ବ ଚୋପା ପାଣିରେ ସିଝାଇ କୁଳି କରନ୍ତୁ।
୩୯, ପଚା ଘା ରେ ପୋକ ପଡ଼ିଥିଲେ ହେଙ୍ଗୁ ଗୁଣ୍ଡ ଲଗାନ୍ତି।
୪୦ ,ମଦ ନିଶା ଅଭ୍ୟାସ ଛଡ଼ାଇବା ପାଇଁ ଜୁଆଣି ମଞ୍ଜି ଗୁଣ୍ଡ କିଛି ଦିନ ପର୍ଯ୍ୟନ୍ତ ଖାଆନ୍ତୁ।






 
 ,

टिप्पणियाँ

इस ब्लॉग से लोकप्रिय पोस्ट

“ଅର୍ଶ ଓ ମଳ କଣ୍ଟକର ଘରୋଇ ଉପଚାର | Piles & Fissure Treatment at Home | Odia Health Tips”

🪴 Tulasi – The King of Home Remedies

ସାବିତ୍ରୀ ଗଛ (ଅଶୋକ) ର ଔଷଧୀୟ ଗୁଣ: ମହିଳାଙ୍କ ପାଇଁ ଏକ ଦିବ୍ୟ ଉପହାର ଓ ବନାଉଷଧିର ଚମତ୍କାର