Medhya Rasayana Benefits in Odia | ସ୍ମରଣ ଶକ୍ତି ବୃଦ୍ଧି ପାଇଁ ମେଧ୍ୟା ରସାୟଣ ଉପକାର
ଆଜି ଆମେ ଜାଜିବା ୪ଟି ଶକ୍ତିଶାଳୀ ବନସ୍ପତି
👉 Medhya Rasayana ବିଷୟରେ,
ଯାହା ଆୟୁର୍ବେଦରେ
🧠 ମେମୋରି ପାୱାର ସ୍ମରଣ ଶକ୍ତି ବଢ଼ାଇବା ପାଇଁ
🧠 ବୁଦ୍ଧି ତୀବ୍ର କରିବା ପାଇଁ
🧠 ବ୍ରେନ୍ ପାୱର କୁ ତୀବ୍ର ଶକ୍ତିଶାଳୀ କରିବା ପାଇଁ
ପାଇଁ ବିଶେଷ ଭାବେ ପ୍ରୟୋଗ କରାଯାଏ।
ଏହା ମସ୍ତିଷ୍କ ପାଇଁ ଆୟୁର୍ବେଦର ଏକ ଅମୂଲ୍ୟ ଉପହାର
🌿 Medhya Rasayana କ’ଣ?
ଆୟୁର୍ବେଦରେ
👉 “ମେଧ୍ୟ” ଅର୍ଥ — ବୁଦ୍ଧି, ସ୍ମୃତି, ଧାରଣାଶକ୍ତି
👉 “ରସାୟଣ” ଅର୍ଥ — ଶରୀରକୁ ପୁନଃଶକ୍ତି ଦେବା ଚିକିତ୍ସା
ଏହିପରି Medhya Rasayana
👉 ମସ୍ତିଷ୍କ, ସ୍ନାୟୁତନ୍ତ୍ର ଓ ସ୍ମୃତିଶକ୍ତିକୁ ପୋଷଣ ପ୍ରଦାନ କରେ
👉 ମନକୁ ଶାନ୍ତ କରି ଏକାଗ୍ରତା ଶକ୍ତି ବଢ଼ାଏ।
ଯେଉଁ ଛାତ୍ରଛାତ୍ରୀମାନେ ପଢ଼ି ଥିବା ପାଠ ଗୁଡ଼ିକ ଶୀଘ୍ର ଭୁଲି ଯାଉଛନ୍ତି, ସେମାନଙ୍କ ପାଇଁ ଏହି ମେଧ୍ୟା ରସାୟନ ଅତ୍ୟନ୍ତ ଉପକାରୀ।
🌿 ପ୍ରମୁଖ Medhya Rasayana ଔଷଧ
ଆୟୁର୍ବେଦରେ ୪ଟି ପ୍ରଧାନ Medhya Rasayana ଉଲ୍ଲେଖ ମିଳେ👇
ପ୍ରଥମ ରସାୟନ ମହୌଷଧି
ମଣ୍ଡୂକପର୍ଣୀ ବ୍ରାହ୍ମୀ / ଏହାକୁ ଓଡ଼ିଆ ରେ ଥାଲୁକୁରୀ ପତ୍ର କୁହାଯାଏ।
(Mandukaparni / Gotu Kola)
👉 ଏହା ସ୍ମରଣ ଶକ୍ତି ବଢ଼ାଏ, ବ୍ରେନ୍ କୋଷିକା ଗୁଡ଼ିକୁ ସକ୍ରିୟ କରେ। ମସ୍ତିଷ୍କ କୁ ଥଣ୍ଡା ରଖେ ଏବଂ ଏକାଗ୍ରତା ଶକ୍ତି ବୃଦ୍ଧି ହୁଏ। Concentration Power ବଢେ।
୨ୟ ରସାୟନ
ଯଷ୍ଟିମଧୁ (Licorice) ଏହାକୁ ମୁଲେଠି ମଧ୍ୟ କୁହାଯାଏ।
👉 ଏହା ମନକୁ ଶାନ୍ତ କରେ, ଧ୍ୟାନକୁ ଏକାଗ୍ରତା କରେ ଓ ବୁଦ୍ଧି ବଳ ବଢ଼ାଏ । ଏହା କଣ୍ଠ ସ୍ବର କୁ ସୁମଧୁର କରେ।
୩ୟ ରସାୟନ
ଗୁଡୁଚି (Giloy) ଏହାକୁ ଗୁଣ୍ଡୁଚି/ ଗୁଣୁଚି ନଟା କୁହାଯାଏ।
👉 ଏହା ସ୍ନାୟୁକୁ ଶକ୍ତି ଦିଏ, ମେଣ୍ଟାଲ୍ ଫଟିଗ୍ Mental Fatigue କମାଏ, ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କାରକ। ଗିଲୋୟୀ ଶରୀର ପାଇଁ ଏକ ସୁରକ୍ଷା କବଚ ପରି କାମ କରେ।
୪ ର୍ଥ ରସାୟନ
ଶଙ୍ଖପୁଷ୍ପୀ (Shankhapushpi)
ମେମୋରି ଶାର୍ପ କରେ, ଷ୍ଟ୍ରେସ୍ ଚିନ୍ତା ଓ ଭୟ କୁ କମ୍ କରେ , ଏକାଗ୍ରତା ଶକ୍ତି ବୃଦ୍ଧି କରେ ,ମନ ମସ୍ତିଷ୍କ କୁ ଶାନ୍ତି ପ୍ରଦାନ କରେ।
ଶଖଂ ପୁଷ୍ପୀ ଅତ୍ୟନ୍ତ ପ୍ରଭାବଶାଳୀ ହେବା କାରଣରୁ ପ୍ରତ୍ୟେକ ବଡ଼ ଆୟୁର୍ବେଦିକ କମ୍ପାନୀ ଗୁଡ଼ିକ ଏହାକୁ ଶଖଂ ପୁଷ୍ପୀ Syrup ନାମ ରେ ବିକ୍ରି କରୁଛନ୍ତି।
🌿 Medhya Rasayana ର ଲାଭ
✅ ସ୍ମୃତିଶକ୍ତି (Memory) ବଢ଼ାଏ
✅ ଏକାଗ୍ରତା (Concentration) ବୃଦ୍ଧି କରେ
✅ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଉପକାରୀ
✅ ମାନସିକ ଦୁର୍ବଳତା ଓ ଷ୍ଟ୍ରେସ୍ କମାଏ
✅ ବୃଦ୍ଧାବସ୍ଥାରେ ସ୍ମୃତିହ୍ରାସ ସମସ୍ୟା କୁ ରୋକେ
✅ ସ୍ନାୟୁତନ୍ତ୍ରକୁ ପୋଷଣ ପ୍ରଦାନ କରେ
📜 Medhya Rasayana ସମ୍ପର୍କିତ ଏକ ଆୟୁର୍ବେଦିକ ଶ୍ଳୋକ
🔸 ସଂସ୍କୃତ ଶ୍ଳୋକ (ଚରକ ସଂହିତା):
ମଣ୍ଡୂକପର୍ଣୀ ଯଷ୍ଟିମଧୁ ଗୁଡୁଚି ଶଙ୍ଖପୁଷ୍ପୀକା |
ମେଧ୍ୟାନି ରସାୟଣାନି ସ୍ମୃତିବୁଦ୍ଧିବିବର୍ଧନାଃ ||
🔸 ଓଡ଼ିଆ ଅର୍ଥ:
ମଣ୍ଡୂକପର୍ଣୀ, ଯଷ୍ଟିମଧୁ, ଗୁଡୁଚି ଏବଂ ଶଙ୍ଖପୁଷ୍ପୀ —
👉 ଏହି ସମସ୍ତ ଔଷଧକୁ ମେଧ୍ୟ ରସାୟଣ ବୋଲି କୁହାଯାଏ।
ଏଗୁଡିକ
👉 ସ୍ମୃତିଶକ୍ତି ବଢ଼ାଏ,
👉 ବୁଦ୍ଧିକୁ ତୀବ୍ର କରେ
👉 ଏବଂ ମସ୍ତିଷ୍କକୁ ଶକ୍ତିଶାଳୀ କରେ।
ଏହି ଔଷଧ ଗୁଡ଼ିକ କେମିତି କେତେ ଖାଆନ୍ତି, ନିମ୍ନରେ ଦେଇଛି।
ମନେ ରଖନ୍ତୁ, ଏହି ଔଷଧ ସହିତ ଯଦି କିଛି
🧠 ମେଧ୍ୟା ଶକ୍ତି ବଢ଼ାଇବା ପାଇଁ ଖାଦ୍ୟ (Foods for Brain Power) ଖାଇବା ତେବେ ଔଷଧ ଗୁଡ଼ିକୁ ଶରୀର ଶୀଘ୍ର ଗ୍ରହଣ କରିଥାଏ।
ମସ୍ତିଷ୍କ ଶକ୍ତି ବୃଦ୍ଧି ପାଇଁ କିଛି ବିଶେଷ ଖାଦ୍ୟ ଗୁଡ଼ିକ ହେଲା -
🥜 ୧. ବାଦାମ Almond
ସ୍ମୃତିଶକ୍ତି ବଢ଼ାଏ, ମସ୍ତିଷ୍କ କୋଷକୁ ପୋଷଣ ପ୍ରଦାନ କରେ।
🌰 ୨. ଆଖରୋଟ Walnut
ଏହି ପ୍ରାକୃତିକ ଫଳର ଭିତରେ ମସ୍ତିଷ୍କ ଭେଜା ପରି ଆକୃତିର ଥାଏ।
ଏଥିରେ ଓମେଗା-୩ ଫ୍ୟାଟି ଏସିଡ୍ ଥିବାରୁ ବ୍ରେନ୍ ହେଲ୍ଥ ପାଇଁ ଉତ୍ତମ।
🥛 ୩.ଦେଶୀ ଗାଈ ଦୁଧ ଓ ଘିଅ
ଏହା ଆୟୁର୍ବେଦରେ ମେଧ୍ୟା ରସାୟଣ ଭାବେ ଗଣ୍ୟ, ସ୍ମୃତି ଓ ବୁଦ୍ଧି ବଢ଼ାଏ ଏବଂ ଶରୀରକୁ ଶକ୍ତି ପ୍ରଦାନ କରେ। ଏହା ସମ୍ପୂର୍ଣ୍ଣ ଶରୀରର ସଂରଚନା ଗଠନ ପାଇଁ ଅତ୍ୟନ୍ତ ଉପକାରୀ।
ଏକ ପୁରାତନ ଉକ୍ତି, କୁହନ୍ତି,
ଋଣ କୃତ୍ୟାଂ ଘୃତଂ ପିଵେତ୍
ଅର୍ଥାତ୍, ଘିଅ ଖାଇବା ପାଇଁ ଯଦି ଋଣ ନେବାକୁ ପଡ଼େ,
ତଥାପି ଘିଅ ଖାଅ। କାରଣ ସ୍ବାସ୍ଥ୍ୟ ହିଁ ସମ୍ପତ୍ତି।
ଋଣ ନେଇ ମଧ୍ୟ ଘିଅ ଖାଅ।
ମେଧ୍ୟା ରସାୟଣ ଔଷଧ – କେତେ ପରିମାଣରେ ଓ କେମିତି ଖାଇବେ
🧠 ୧. ଶଙ୍ଖପୁଷ୍ପୀ ଚୂର୍ଣ୍ଣ
ଛାତ୍ରଛାତ୍ରୀ:
👉 ½ ଚାମଚ (1 –3 ଗ୍ରାମ)
ବୟସ୍କ:
👉 1 ଚାମଚ (3–5 ଗ୍ରାମ)
📌 କେମିତି ଖାଇବେ:
👉 ଗରମ ଗାଈ କ୍ଷୀର ସହିତ, ରାତିରେ ଶୋଇବା ପୂର୍ବରୁ
🧠 ୨. ମଣ୍ଡୂକପର୍ଣୀ (Mandukaparni / Gotu Kola)
ଛାତ୍ରଛାତ୍ରୀ: 1–2 ଗ୍ରାମ ଚୂର୍ଣ୍ଣ
ବୟସ୍କ: 3–5 ଗ୍ରାମ ଚୂର୍ଣ୍ଣ
📌 କେମିତି ଖାଇବେ:
👉 ସକାଳେ ଖାଲି ପେଟରେ, ମଧୁ ବା ଦୁଧ ସହିତ
🧠 ୩. ଯଷ୍ଟିମଧୁ (Licorice)
ଛାତ୍ରଛାତ୍ରୀ: 1–2 ଗ୍ରାମ
ବୟସ୍କ: 2–4 ଗ୍ରାମ
📌 କେମିତି ଖାଇବେ:
👉 ଦୁଧ ସହିତ, ସକାଳ ବା ରାତିରେ।
🧠 ୪. ଗିଲୋୟୀ ଘନ ବଟି / ଗିଲୋୟୀ ଚୂର୍ଣ୍ଣ
ଛାତ୍ରଛାତ୍ରୀ: ½–1 ଘନ ବଟି ଟାବଲେଟ୍ ବା 1–2 ଗ୍ରାମ ଚୂର୍ଣ୍ଣ
ବୟସ୍କ: 1–2 ଟାବଲେଟ୍ ବା 3–5 ଗ୍ରାମ ଚୂର୍ଣ୍ଣ
📌 କେମିତି ଖାଇବେ:
👉 ସକାଳେ ଦୁଧ ସହିତ
⏰ କେତେ ଦିନ ଖାଇବେ?
👉 କମ୍ରେ କମ୍ 30–60 ଦିନ
👉 ଦୀର୍ଘକାଳ ନେବାକୁ ଚାହିଁଲେ ଡାକ୍ତରଙ୍କ ପରାମର୍ଶ ଆବଶ୍ୟକ
⚠️ ସତର୍କତା
ଅତ୍ୟଧିକ ମାତ୍ରାରେ ଖାଇବେନି
ଛୋଟ ଶିଶୁ, ଗର୍ଭବତୀ ମହିଳା, BP/ଡାୟାବେଟିସ ରୋଗୀଙ୍କ ପାଇଁ
👉 ଆୟୁର୍ବେଦ ଡାକ୍ତରଙ୍କ ପରାମର୍ଶ ଆବଶ୍ୟକ।
🌺 ସଂକ୍ଷେପରେ
ସଠିକ୍ ଖାଦ୍ୟ + ମେଧ୍ୟା ରସାୟଣ + ନିୟମିତ ଜୀବନଶୈଳୀ
👉 ଏହି ୩ଟି ମିଶିଲେ ସ୍ମୃତି, ବୁଦ୍ଧି ଓ ବ୍ରେନ୍ ପାୱର ସ୍ୱାଭାବିକ ଭାବେ ବଢ଼ିଥାଏ 🧠🌿

टिप्पणियाँ
एक टिप्पणी भेजें