ନାଗବଳା Sida acuta (Broom Weed) – Ayurvedic Benefits, Uses & Identification
ନାଗବଳା ବା ଭୂଇଁ ବଳା (Sida acuta) ଏକ ଅତି ପରିଚିତ ଔଷଧୀୟ ଗଛ। ଆୟୁର୍ବେଦ ଶାସ୍ତ୍ରରେ ଏହାର ମହତ୍ତ୍ଵପୂର୍ଣ୍ଣ ଔଷଧି ଭାବେ ବର୍ଣ୍ଣନା କରାଯାଇଛି।
ଏହି ଗଛ ଆଷାଢ଼ ମାସରେ ସାଧାରଣତଃ ରାସ୍ତା କଡ଼ରେ ବା ପଡ଼ିଆ ଜମିରେ ଦେଖିବାକୁ ମିଳେ।"
ଏହାର ପତ୍ରଗୁଡ଼ିକ ଲମ୍ବାଳିଆ ଏବଂ କରତ ଭଳି ଧାର ଯୁକ୍ତ ହୁଏ। ଏହି ପତ୍ରର ସ୍ବାଦ ରାଗୁଆ ରାଗୁଆ ଲାଗେ।
ଏଥିରେ ଛୋଟ ଛୋଟ ହଳଦିଆ ରଙ୍ଗର ଫୁଲ ଫୁଟିଥାଏ। ଏହାର ଡାଳ ଗୁଡ଼ିକ ଖୁବ୍ ଟାଣ ଏବଂ ଚେମର ହୁଏ। ଯେଉଁଥିପାଇଁ ଗ୍ରାମାଞ୍ଚଳରେ ଏହାକୁ ପାରମ୍ପରିକ ଝାଡ଼ୁ ତିଆରିରେ ମଧ୍ୟ ବ୍ୟବହାର କରାଯାଏ।" ଏଥି ପାଇଁ ଏହାକୁ English ରେ Broom weed କୁହାଯାଏ।
ନାଗ ବଳା ଗଛର ବୈଜ୍ଞାନିକ ନାମ - Sida Acuta
English - Broom weed, Common Wireweed / Sida Herb/ Morning Mallow
ହିନ୍ଦୀ - ଵରୀୟାରା/ କୁରେଟା/ କରେଟା/ କୁକୁରବିଚା।
ସଂସ୍କୃତ - ନାଗ ବଳା/ ଝଷା/ ଅରିଷ୍ଟା।
Odia - ଭୂଇଁ ବଳା, ନାଗ ବଳା,କୁଲୋ (Kulo), ସୋନାରଙ୍ଗା (Sonaranga) ହୁକଟାପାଟା।
"ନାଗବଳା କେବଳ ଏକ ଅନାବନା ଗଛ ନୁହେଁ, ଏହା ଶରୀରକୁ ବଳ ପ୍ରଦାନ କରିବାରେ ସହାୟକ ହୁଏ। ବାତ ରୋଗ, କାଶ, ଏବଂ ଶରୀରର ଦୁର୍ବଳତା ଦୂର କରିବା ପାଇଁ ଏହାର ଚେରର କାଢ଼ା ଅତ୍ୟନ୍ତ ଲାଭପ୍ରଦ।
ଏକ ବୈଜ୍ଞାନିକ ଅଧ୍ୟୟନ ରିପୋର୍ଟ ରୁ ଜଣାପଡିଛି ଯେ ନାଗ ବଳା (Sida acuta)
ସିଡା ଆକୁଟାର ବିଭିନ୍ନ ଅଂଶ ବିଭିନ୍ନ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୋଇଛି, ଯେଉଁଥିରେ
ସ୍ନାୟୁଗତ ବିକାର, ମୁଣ୍ଡବିନ୍ଧା, ଅସ୍ୱାଭାବିକ ଯୋନି ନିର୍ଗତ, ଯକ୍ଷ୍ମା, ମଧୁମେହ, ମ୍ୟାଲେରିଆ ଏବଂ ଅନ୍ୟାନ୍ୟ ଜ୍ୱର, ଗର୍ଭାଶୟ ବିକାର, ବାତ ରୋଗ, ବୃକକ୍ ପ୍ରଦାହ, ଆସ୍ଥମା, ଘାଆ ଶୁଖିବା ଇତ୍ୟାଦି ପାଇଁ ଉପଯୋଗୀ ହୋଇ ପାରେ!
ଭାବପ୍ରକାଶ ନିଘଣ୍ଟୁ ଏବଂ ଅନ୍ୟାନ୍ୟ ଆୟୁର୍ବେଦିକ ଗ୍ରନ୍ଥରେ ବଳା ଚତୁଷ୍ଟୟ ରେ (ବଳା, ଅତିବଳା, ମହାବଳା ଓ ନାଗବଳା) ମଧ୍ୟରେ ଏହାର ବର୍ଣ୍ଣନା ରହିଛି:
ଶ୍ଳୋକ:
ନାଗବଲା କଷାୟୋଷ୍ଣା ମଧୁରା ଚ ରସାୟନୀ |
ହନ୍ତି ପିତ୍ତକ୍ଷୟାସ୍ରାଶ୍ଚ କଫବାତକ୍ଷତକ୍ଷୟାନ୍ ||
ଓଡ଼ିଆ ଅର୍ଥ:
* ଶ୍ଳୋକ:
ନାଗବଲା କଷାୟୋଷ୍ଣା ମଧୁରା ଚ ରସାୟନୀ |
ହନ୍ତି ପିତ୍ତକ୍ଷୟାସ୍ରାଶ୍ଚ କଫବାତକ୍ଷତକ୍ଷୟାନ୍ ||
ଉଷ୍ଣ ଏବଂ ଏକ ଉତ୍ତମ ରସାୟନ (ଯାହା ଶରୀରକୁ ନୂତନ ଶକ୍ତି ଦିଏ)।
* ରୋଗ ନିବାରଣ: ଏହା ପିତ୍ତ, କଫ ଏବଂ ବାତ ଦୋଷକୁ ଶାନ୍ତ କରେ। ଏହା ରକ୍ତ ପିତ୍ତ (Blood disorders) କ୍ଷୟ ରୋଗ ଏବଂ ଦୂର୍ବଳତା ପାଇଁ ଉପଯୋଗୀ।
🌿 ନାଗ ବଳା ଗଛର ର ମୁଖ୍ୟ ଉପଯୋଗ
ବଳବର୍ଦ୍ଧକ: ଏହାର ଚେରର ଚୂର୍ଣ୍ଣକୁ କ୍ଷୀର ସହିତ ସେବନ କଲେ ଶରୀରକୁ ପ୍ରଚୁର ଶକ୍ତି ମିଳେ।
ବାତ ରୋଗ: ଗଣ୍ଠି ବିନ୍ଧା ବା ବାତ ରୋଗରେ ଏହାର ପତ୍ରର ରସ ବ୍ୟବହାର କରାଯାଏ।
କ୍ଷତ ଶୁଖାଇବା: ଶରୀରର କୌଣସି ସ୍ଥାନ କଟିଗଲେ ବା ଘା’ ହେଲେ ଏହାର ପତ୍ରକୁ ବାଟି ଲଗାଇଲେ ଶୀଘ୍ର ଆରାମ ମିଳେ।
ମୂତ୍ର ରୋଗ: ପରିସ୍ରାରେ ଜଳାପୋଡ଼ା ହେଉଥିଲେ ଏହାର କାଢ଼ା ସେବନ କରାଯାଏ।
ଔଷଧ ରୂପେ ମୂଳ, ପତ୍ର ଓ ସମ୍ପୂର୍ଣ୍ଣ ଗଛ ବ୍ୟବହାର କରାଯାଏ।
📜 ନାଗ ବଳା ର ଆଉ ଗୋଟିଏ ଆୟୁର୍ବେଦିକ ଶ୍ଲୋକ
🕉️ ଶ୍ଲୋକ (Ayurvedic Shloka):
“नागबला बला स्निग्धा वातघ्नी बलवर्धिनी।
शूलशोथहराऽनन्ता वृष्या च रसायनी॥”
(ଭାବପ୍ରକାଶ ନିଘଣ୍ଟୁ – ବଳାଦି ବର୍ଗ)
🌿 ଶ୍ଲୋକର ଓଡ଼ିଆ ଅର୍ଥ:
ନାଗ ବଳା ସ୍ନିଗ୍ଧ (ତେଲିଆ) ଓ ବଳ ବଢ଼ାଇବା ଗୁଣଯୁକ୍ତ ଅଟେ।
ଏହା ବାତ ଦୋଷ କୁ ନାଶ କରେ, ଶରୀରକୁ ଶକ୍ତିଶାଳୀ କରେ।
ବେଦନା (ଶୂଳ), ଫୁଲା (ଶୋଥ) ଦୂର କରେ।
ଏହା ବୀର୍ୟ ବର୍ଦ୍ଧକ ଏବଂ ରସାୟନ (Rejuvenator) ଭାବେ କାମ କରେ।
🌿 ନାଗ ବଳା ଗଛର ଔଷଧୀୟ ଗୁଣ (Medicinal Properties)
ବାତନାଶକ (Anti-Vata)
ଯନ୍ତ୍ରଣା ନାଶକ (Analgesic)
ସ୍ନାୟୁ ଶକ୍ତିବର୍ଦ୍ଧକ (Nerve tonic)
ଫୁଲା ଦରଜ କମାଏ (Anti-inflammatory)
ବଳ ଓ ବୀର୍ୟ ବର୍ଦ୍ଧକ (Strength and stamina booster)
🩺 ରୋଗ ଓ ଉପଯୋଗ (Diseases & Uses)
ବାତ ବେଦନା – Arthritis / Joint Pain
👉 ଗଠିଆ ବେଦନା, ଆଣ୍ଠୁ ଓ ଅଣ୍ଟା ବିନ୍ଧା ପାଇଁ ଉପକାରୀ। ନାଗ ବଳା ପତ୍ର ବାଟି କରି ଲେପ ଲଗାନ୍ତି।
ସ୍ନାୟୁ ଦୁର୍ବଳତା – Nervous Weakness ପାଇଁ ଉପଯୋଗୀ।
👉 ହାତ-ପା ଝିମିଳିବା, ସ୍ନାୟୁ ଦୁର୍ବଳତାରେ ଲାଭକାରୀ।
ଶୂଳ ବେଦନା – Body Pain / Colic Pain
👉 ଶରୀର ଯନ୍ତ୍ରଣା ଓ ମାଂସପେଶୀ ବେଦନା କମାଏ।
ଶୋଥ ଫୁଲା ଦରଜ କମ୍ କରେ – Inflammation / Swelling
👉 ଫୁଲା, ଆଘାତ ଓ ଛୋଟ ଲାଗିଥିବା ଜାଗାରେ ଲେପ ରୂପେ ଉପଯୋଗୀ।
ଦୁର୍ବଳତା – General Weakness
👉 ଶରୀରର ବଳ ଓ ଶକ୍ତି ବଢ଼ାଏ।
ବୀର୍ୟ ଦୁର୍ବଳତା – Sexual Weakness
👉 ପୁରୁଷମାନଙ୍କର ବୀର୍ୟବୃଦ୍ଧିରେ ସାହାଯ୍ୟ କରେ।
ଜ୍ୱର – Fever
👉 ମୂଳ କ୍ୱାଥ ଜ୍ୱର କମାଇବାରେ ସହାୟକ।
🧪 ବ୍ୟବହାର ବିଧି (Method of Use)
🔹 କ୍ୱାଥ (Decoction):
ନାଗ ବଳା ମୂଳ 5 –10 ଗ୍ରାମ
2 କପ୍ ପାଣିରେ ଫୁଟାଇ 1 କପ୍ କରନ୍ତୁ
👉 ଦିନେ 1–2 ଥର ପିଅନ୍ତି।
🔹 ଲେପ (Paste):
ପତ୍ର ପିସି ବେଦନା ଥିବା ସ୍ଥାନରେ ଲଗାନ୍ତୁ
🔹 ଚୂର୍ଣ୍ଣ (Powder):
1–2 ଗ୍ରାମ
ଗରମ ପାଣି କିମ୍ବା ଗାଈ ଦୁଧ ସହିତ ପିଅନ୍ତି।
ଏହି ଭିଡିଓ ରେ ଦେଇଥିବା ବିବରଣୀ ଗୁଡ଼ିକ କେବଳ ଜ୍ଞାନ ଆହରଣ କରିବା ଦିଆଯାଇଛି।
⚠️ ସତର୍କତା (Caution)
ଗର୍ଭବତୀ ମହିଳା ଡାକ୍ତର ପରାମର୍ଶ ବିନା ବ୍ୟବହାର କରିବେ ନାହିଁ।
ନାଗ ବଳା ଔଷଧ କୁ ବ୍ୟବହାର ପୂର୍ବରୁ ଆୟୁର୍ବେଦିକ ଡାକ୍ତରଙ୍କ ପରାମର୍ଶ ନେବା ଅତ୍ୟନ୍ତ ଆବଶ୍ୟକ।

टिप्पणियाँ
एक टिप्पणी भेजें