सीधे मुख्य सामग्री पर जाएं

ଶରୀର ଭିତରର କଚରା (Toxins) କିପରି ରୋଗ ସୃଷ୍ଟି କରେ? | Internal Cleansing, SIBO & SIFO Explained


Learn how internal waste, toxins, SIBO and SIFO damage gut health. Discover natural internal cleansing, fasting, wet pack and enema therapy.

ଏହି ପୋଷ୍ଟ, ଶରୀରର ଆଭ୍ୟନ୍ତରୀଣ ସଫେଇ ଏବଂ ପ୍ରାକୃତିକ ସୁସ୍ଥତା ଉପରେ ଆଧାରିତ। 

ଏହି ବିବରଣୀରେ ଶରୀରରେ ଜମା ହୋଇଥିବା ପୁରୁଣା ଆବର୍ଜନା କିପରି ରୋଗ ସୃଷ୍ଟି କରେ ଏବଂ କେଉଁ କେଉଁ ରୋଗ ସୃଷ୍ଟି କରେ। ଏବଂ ସେଗୁଡ଼ିକୁ ବାହାର କରିବା ପାଇଁ ୩ଟି ସହଜ ଉପାୟ ବିଷୟରେ କୁହାଯାଇଛି।

ଶରୀର ଭିତରେ ଜମିଥିବା କଚରା (Waste / Toxins) କିପରି ବାହାର କରିବେ,

ଅର୍ଥାତ୍ ଆପଣଙ୍କ ଶରୀରକୁ ଭିତରୁ ସ୍ନାନ କିପରି କରିବେ।

ଆମ ଶରୀରରେ ଏକ ସ୍ୱତନ୍ତ୍ର "ହୀଲିଂ ପାୱାର" (Healing Power) ଥାଏ। ଏହା କେବଳ ସେତେବେଳେ କାମ କରେ ଯେତେବେଳେ ଆମ ପାଚନ ତନ୍ତ୍ର ଆରାମ କରେ।

ଯଦି ଶରୀର ଭିତରରୁ ସଫା ହେବ —

ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧି ହୁଏ।

 ଓଜନ ଆପେଆପେ ସନ୍ତୁଳିତ ହୁଏ 

 ଚର୍ମ ସଫା ଓ ଉଜ୍ଜ୍ୱଳ ହେବ

 ଶକ୍ତି ବଢ଼ିବ

 ମନ ସ୍ପଷ୍ଟ ଓ ଶାନ୍ତ ରହିବ

ଶରୀରରେ ନୂତନ ଉର୍ଜା ଶକ୍ତି ବୃଦ୍ଧି ହେଵ

ଝାଡ଼ା ସଫା ହେବ

ଗ୍ୟାସ, ଏସିଡିଟି, ବଦହଜମି, ପେଟ ଫୁଲିବା,ଚର୍ମ ରୋଗ, 

ଅର୍ଶ, ଭଗନ୍ଦର, କୋଷ୍ଠକାଠିନ୍ୟ ଭଳି ସମସ୍ୟା ଦୂର ହେବ।



ଭୋଜନ କରିଥିବା ଖାଦ୍ୟ ଶରୀର ଭିତରେ କ’ଣ ହୁଏ?


ଆମେ ଯେଉଁ ଖାଦ୍ୟ ଖାଉଛୁ,

ତାହା ପ୍ରଥମେ ପେଟକୁ (Stomach) ଯାଏ,

ତା’ପରେ ଛୋଟ ଆନ୍ତ୍ର (Small Intestine)

ଏବଂ ଶେଷରେ ବଡ଼ ଆନ୍ତ୍ର (Large Intestine) ମାଧ୍ୟମରେ

ମଳ ରୂପେ ବାହାରିଯାଏ।


କିନ୍ତୁ ସମସ୍ତ ଖାଦ୍ୟ ସମାନ ସମୟରେ ହଜମ ହୁଏ ନାହିଁ।

ହଜମ ହେବା ପାଇଁ 

🔹 ଫଳ – ପ୍ରାୟ 3 ଘଣ୍ଟା ସମୟ ଲାଗେ।

🔹 ତରକାରୀ – 6 ଘଣ୍ଟା

🔹 ଅନ୍ନ (ଭାତ, ଗହମ, ଡାଲି, ବିନ୍ସ ଇତ୍ୟାଦି) – 18 ଘଣ୍ଟା


👉 ଯେଉଁ ଖାଦ୍ୟରେ ପାଣି କମ୍ ଥାଏ 

ସେହି ଖାଦ୍ୟ ହଜମ କରିବାକୁ ଶରୀରକୁ ବହୁତ କଷ୍ଟ ହୁଏ।



☠️ ଅଧା ପକ୍ୱ ଖାଦ୍ୟ = ରୋଗର ମୂଳ କାରଣ।


ଆମେ ଦିନକୁ 3–4 ଥର ଅନ୍ନ ଖାଉଛୁ।

18 ଘଣ୍ଟା ପୂର୍ବରୁ ଖାଇଥିବା ଖାଦ୍ୟ ହଜମ ହେବା ପୂର୍ବରୁ ଆମେ ଆଉ ଥରେ ନୂଆ ଖାଦ୍ୟ ଖାଇ ଦେଉଛୁ। ଫଳରେ ଆମ ପାଚନ ପ୍ରଣାଳୀ କୁ ୧ ମିନିଟ୍ ରେଷ୍ଟ ମିଳେ ନାହିଁ। ଆମେମାନେ ରାତିରେ ଶୋଇବା ସମୟରେ ମଧ୍ୟ ଆମର ପାଚନ ପ୍ରଣାଳୀ କାର୍ଯ୍ୟରତ ଥାଏ।

ଏହି କାରଣରୁ Digestive system କୁ Heavy Work Load ପଡ଼ିଥାଏ।



ଫଳରେ 👉

❌ ପୁରୁଣା ଖାଦ୍ୟ ବାହାରୁନାହିଁ, ଅର୍ଥାତ୍ ହଜମ ନହେବା 

❌ ଖାଇଥିବା ଖାଦ୍ୟ ହଜମ ହେବା ପରିବର୍ତେ ଆନ୍ତ୍ରରେ ପଚି, ସଢି, ଫର୍ମେଣ୍ଟ ହୁଏ ଏବଂ ବିଷମ ବାୟୁ ସୃଷ୍ଟି କରେ।

❌ ବ୍ୟାକ୍ଟେରିଆ, ଫଙ୍ଗସ୍ ଓ ବିଷାକ୍ତ ପଦାର୍ଥ (Toxins) ତିଆରି ହୁଏ।

 ଡାକ୍ତରଙ୍କ ଭାଷାରେ ଏହାକୁ SIBO ଅର୍ଥାତ୍ ( Small Intestine Bacteria Overgroth) କୁହାଯାଏ।

“ଛୋଟ ଆନ୍ତ୍ରରେ ଅଧିକ ବ୍ୟାକ୍ଟେରିଆ ବୃଦ୍ଧି ହେଲେ

ତାହାକୁ SIBO କୁହାଯାଏ —

ଯାହା ଗ୍ୟାସ୍, ଫୁଲିବା ଓ ବିଷ ତିଆରି କରେ।”

ଏବଂ 

SIFO ଅର୍ଥାତ୍ (Small Intestine Fungal Overgrowth) 

“ଛୋଟ ଆନ୍ତ୍ରରେ ଫଙ୍ଗସ୍ ବୃଦ୍ଧି ହେବାକୁ

SIFO କୁହାଯାଏ —

ଏହା ପୋଷକ ଶୋଷଣକୁ ଅଟକାଇ

ଶରୀରକୁ ବିଷାକ୍ତ କରିଦିଏ। ଏବଂ ରୋଗ ସମସ୍ୟା ସୃଷ୍ଟି ହୁଏ।


ଏହି କଚରା ଆନ୍ତ୍ର ଦେୱାଲରେ ଲାଗି ରହି

ଗୋଟିଏ ମୋଟା ପରତ (Coating) ବନାଇ ଦିଏ।



🧬 Villi ଏବଂ ବିଷ ଶୋଷଣ


ଆନ୍ତ୍ରର ଭିତରେ Villi ନାମକ

ଲକ୍ଷାଧିକ ଛୋଟ ଆଙ୍ଗୁଠି ଭଳି ଗଠନ ଅଛି।


👉 ଏହାମାନେ ଖାଦ୍ୟରୁ ପୋଷକ ତତ୍ତ୍ୱ ନେଇ

👉 ରକ୍ତ ମାଧ୍ୟମରେ ସମଗ୍ର ଶରୀରକୁ ପଠାନ୍ତି।


⚠️ କିନ୍ତୁ ଯଦି ଆନ୍ତ୍ରରେ ପଚିଥିବା କଚରା ଲାଗି ରହିଛି,

ତେବେ Villi ସେହି ବିଷ କୁ ମଧ୍ୟ ରକ୍ତକୁ ପଠାଇଦିଏ।


ଏହି ବିଷ ଯେଉଁଠି ଜମେ,

ସେଇ ଜାଗାରେ ଏବଂ ସେହି ଅଙ୍ଗରେ ରୋଗ ସୃଷ୍ଟି ହୁଏ।


🩺 କଚରା ଜମିଲେ କେଉଁ ରୋଗ ହୁଏ ?


ଚର୍ମ ରୋଗ Skin Alergy, Acne, Eczema, Psoriasis

ମୋଟାପଣ Obesity

ଉଚ୍ଚ ରକ୍ତଚାପ High Blood Pressure

ମଧୁମେହ Diabetes

କବ୍ଜ, କୋଷ୍ଠକାଠିନ୍ୟ Constipation

ଆସ୍ଥମା Asthma

କୋଲେଷ୍ଟ୍ରଲ Cholesterol ବଢିବା କାରଣରୁ ରକ୍ତ ବାହିନୀ ରେ ଅବରୋଧ।

ମହିଳାଙ୍କର

PCOD (Polycystic Ovary Deseas) ଏବଂ Ovarian Cyst ଓଭରୀ ରେ ଗଣ୍ଠି ସୃଷ୍ଟି ହୁଏ।

ପଥରି Kidney Stone / Gall Bladder Stone

ଟ୍ୟୁମର / କ୍ୟାନ୍ସର Tumor / Cancer ଇତ୍ୟାଦି 



👉 ଯଦି ଶରୀରର ଓଜନ କମେଇବାକୁ ଚାହୁଁଛନ୍ତି?

ପ୍ରଥମେ କଚରା ସଫା କରନ୍ତୁ।


ଉପାୟ -

🔑 ପଦକ୍ଷେପ – 1 : Intermittent Fasting


ଆମ ଶରୀରର ହେଉଛି ସବୁଠାରୁ ବଡ଼ ଡାକ୍ତର

👉 ଆମ ଶରୀର ଭିତରେ ଅଛି – Healing Power


ଏହି Healing Power ଦୁଇଟି କାମ ଏକାସାଥି କରିପାରେ ନାହିଁ —

❌ ହଜମ Digestion

❌ ଚିକିତ୍ସା Healing 


ଆମେ ଶରୀରର ଆବଶ୍ୟକ ଠାରୁ ଅଧିକ ସବୁବେଳେ ଖାଇଥିବାରୁ

ଶରୀରକୁ Healing କରିବାରେ ସମୟ ମିଳୁନାହିଁ।


👉 ସେଇଥିପାଇଁ 16 ଘଣ୍ଟା Intermittent Fasting କରିବା ଦରକାର।


ଉଦାହରଣ —

ରାତି 8ଟାରେ ଭୋଜନ କରିବା ପରେ 

ପରଦିନ 12ଟା ପର୍ଯ୍ୟନ୍ତ କିଛି ଖାଇବେ ନାହିଁ


ଏହି ସମୟରେ —

✔ ପଥରି ଭାଙ୍ଗେ

✔ ଚର୍ବି ତରଳି ଯାଇଥାଏ 

✔ ସିଷ୍ଟ ଗଣ୍ଠି ଭାଙ୍ଗେ

✔ ହର୍ମୋନ ସନ୍ତୁଳିତ ହୁଏ

✔ ଆନ୍ତ୍ର ସଫା ହୁଏ

ଝାଡ଼ା ସଫା ହୁଏ ।



🧣 ପଦକ୍ଷେପ – 2 : 

Wet Pack Therapy – Detox & Blood Circulation

କେବେ କେବେ ବିଷ ରକ୍ତରେ ଅଟକିଯାଏ। ରକ୍ତ ପରିସ୍କାର ନହେବା କାରଣରୁ, ରକ୍ତରେ ଅମ୍ଳ ବଢିଯାଏ। ଏହା ଚର୍ମ ରୋଗ ସୃଷ୍ଟି କରେ।

Wet pack ବ୍ୟବହାର କଲେ ଏହାକୁ ଚଳାୟମାନ କରେ।

👉 ଠଣ୍ଡା ପାଣିରେ ଭିଜା କପଡ଼ା ପଟି ଲଗାଇବା।

👉 ପେଟ, ଗଳା ଓ ମୁଣ୍ଡରେ 30–40 ମିନିଟ୍ ପର୍ଯ୍ୟନ୍ତ ଓଦା କପଡ଼ା ପଟି ଲଗାଇ କରି ରଖିବା। 


ଓଦା କପଡ଼ା ପଟି

ପେଟ, ଗଳା ଓ ମୁଣ୍ଡରେ ଲଗାଇଲେ

ରକ୍ତ ସଞ୍ଚାଳନ ବଢ଼େ

ଏବଂ ଶରୀର ଭିତରର ଅଟକିଥିବା ବିଷାକ୍ତ ପଦାର୍ଥ ଚଳାୟମାନ ହୁଏ।”

ଏହା —

✔ ରକ୍ତ ସଞ୍ଚାଳନ ବଢ଼ାଏ

✔ IBS, Acidity, Ulcer ଠିକ୍ ହୁଏ 

✔ ମୁଣ୍ଡବିନ୍ଧା ରେ ତୁରନ୍ତ ଆରାମ 


ପଦକ୍ଷେପ – 3 : Enema ଉପଚାର 

ଯଦି ଆପଣ ପଛରେ କହିଥିବା ରୋଗ ରେ ବାରମ୍ବାର ସମ୍ମୁଖୀନ ହେଉଛନ୍ତି ତେବେ। Enema ଉପଚାର ଜରୁରୀ।

ଆପଣ ଏମିତି ଭାବନ୍ତୁ ନାହିଁ ଖାଲି ଦିନରେ ଥରେ ୨ ଥର ଟଏଲେଟ୍ ଯିବା ମାନେ

ଆନ୍ତ୍ର ନଳୀ ସଫା ହେଉଛି — ଏହା ଭୁଲ।


30 ବର୍ଷ ପୁରୁଣା ଘରର ପାଇପ ଭଳି

ଆମ ଆନ୍ତ୍ରରେ ବି ଦଶକ ଧରି କଚରା ଜମିଛି।


👉 Enema kit ମାଧ୍ୟମରେ

200–300 ml ପାଣି ଆନ୍ତ୍ର ଭିତରେ କରାଇ 

ପୁରୁଣା କଚରାକୁ ତରଳାଇ ବାହାର କରାଯାଏ।

ଏହା 

✔ ସୁରକ୍ଷିତ

✔ ପ୍ରାକୃତିକ

✔ କୌଣସି ଅସୁବିଧା ହୁଏ ନାହିଁ

ଯଦି ଏନିମା ଉପଚାର କରିବା ସମ୍ଭବ ନୁହେଁ ତେବେ,

ଶେଷ ଉପାୟ -

Detox drink ପିଅନ୍ତୁ।

ସକାଳୁ ଖାଲି ପେଟରେ ଓଉ ଫଳ ରସ ଏକ କପ କରି ୩ ଦିନ ପିଅନ୍ତୁ କିମ୍ବା ପାଣି କଖାରୁ ରସ ପିଅନ୍ତୁ। ଏହା ଅନ୍ତନଳୀ କୁ ସଫା କରିଥାଏ।


ମୁଖ୍ୟ ନିଷ୍କର୍ଷ:

ଯଦି ଆମେ ଆମ ଶରୀରକୁ ଭିତରୁ ସଫା ରଖିବା, ତେବେ ଶରୀର ନିଜେ ହିଁ ସବୁ ରୋଗରୁ ମୁକ୍ତି ପାଇପାରିବ। ଔଷଧ ଉପରେ ନିର୍ଭର ନକରି ପ୍ରାକୃତିକ ଉପାୟରେ ସୁସ୍ଥ ରହିବା ପାଇଁ ଏହି ୩ଟି ପଦକ୍ଷେପ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।


✔ ରୋଗ ଔଷଧରେ ନୁହେଁ, ସଫା ଶରୀରରେ ସମ୍ଭଵ

✔ Intermittent fasting + Enema + Wet pack

👉 ଏହା ହେଉଛି ସମ୍ପୂର୍ଣ୍ଣ Internal Cleansing କରିବାର ସହଜ ଉପାୟ।

टिप्पणियाँ

इस ब्लॉग से लोकप्रिय पोस्ट

“ଅର୍ଶ ଓ ମଳ କଣ୍ଟକର ଘରୋଇ ଉପଚାର | Piles & Fissure Treatment at Home | Odia Health Tips”

🪴 Tulasi – The King of Home Remedies

ସାବିତ୍ରୀ ଗଛ (ଅଶୋକ) ର ଔଷଧୀୟ ଗୁଣ: ମହିଳାଙ୍କ ପାଇଁ ଏକ ଦିବ୍ୟ ଉପହାର ଓ ବନାଉଷଧିର ଚମତ୍କାର