सीधे मुख्य सामग्री पर जाएं

ପୁରୁଷତ୍ୱ ବୃଦ୍ଧି ପାଇଁ ବାଦାମର ଆୟୁର୍ବେଦିକ ପ୍ରୟୋଗ: Erectile Dysfunction ରୁ ମୁକ୍ତି ଏବଂ ଘରୋଇ ଉପଚାର।

 

ପୁରୁଷତ୍ୱ ବୃଦ୍ଧି ପାଇଁ ବାଦାମର ଆୟୁର୍ବେଦିକ ପ୍ରୟୋଗ: Erectile Dysfunction ରୁ ମୁକ୍ତି ଏବଂ ଘରୋଇ ଉପଚାର।

ଆପଣ ବି କ’ଣ ଦାମ୍ପତ୍ୟ ଜୀବନ ରେ ଶାରୀରିକ ଦୁର୍ବଳତା ପାଇଁ ଚିନ୍ତିତ ଅଛନ୍ତି କି?

 ନିଜର ପୁରୁଷତ୍ୱ ବା Sexual Power କମିଯାଉଥିବାର ଅନୁଭବ କରୁଛନ୍ତି କି? ଚିନ୍ତା କରନ୍ତୁ ନାହିଁ, ଧୟ୍ଯ ସହିତ ଆଗେଇ ଚାଲନ୍ତୁ ଏବଂ ଆୟୁର୍ବେଦିକ ଉପାୟ ରେ ଏହାର ସମାଧାନ କରନ୍ତୁ।


ଏହି କଥାକୁ ଅନେକ ଲୋକ ଲଜ୍ଜା ଯୋଗୁଁ କାହାକୁ କହିପାରନ୍ତି ନାହିଁ ଏବଂ ଭୁଲ୍ ଔଷଧ ଖାଇ ନିଜ ଶରୀରକୁ ଆହୁରି ନଷ୍ଟ କରିଦିଅନ୍ତି। କିନ୍ତୁ ଆଜି ଆମେ କୌଣସି ବିଜ୍ଞାପନ ବିଷୟରେ ନୁହେଁ, ବରଂ ଆୟୁର୍ବେଦର ଏମିତି ଏକ ପ୍ରାକୃତିକ ଉପାୟ ବିଷୟରେ ଜାଣିବା, ଯାହା ଆପଣଙ୍କ ହଜିଯାଇଥିବା ଶକ୍ତିକୁ ଫେରାଇ ଆଣିବାରେ ସାହାଯ୍ୟ କରିବ। ମାତ୍ର ଏହି ଗୋଟିଏ ଜିନିଷକୁ ସଠିକ୍ ଭାବେ ଖାଇବା ଆରମ୍ଭ କରନ୍ତୁ।"


କଥାଟି ଲଜ୍ଜାଜନକ ହୋଇପାରେ, କିନ୍ତୁ ଏହା ଲକ୍ଷ ଲକ୍ଷ ପୁରୁଷଙ୍କ ଜୀବନର ଏକ ତିକ୍ତ ସତ୍ୟ। ଅନେକ ସମୟରେ ପୁରୁଷମାନେ ନିଜ ସାଥୀଙ୍କ ସହ ଶାରୀରିକ ସମ୍ପର୍କ ରଖିବା ସମୟରେ ନିଜକୁ ଅକ୍ଷମ ମନେ କରନ୍ତି। ଯାହାକୁ ଆମେ 'Erectile Dysfunction' ବା ଯୌନାଂଗ ଶିଥିଳତା ବୋଲି କହିଥାଉ। ଏହା କେବଳ ଆପଣଙ୍କ ଶରୀରକୁ ନୁହେଁ, ବରଂ ଆପଣଙ୍କ ହସଖୁସିର ଦାମ୍ପତ୍ୟ ଜୀବନକୁ ମଧ୍ୟ ଶେଷ କରିଦେଇପାରେ। 

କାହିଁକି ହୁଏ ଏହି ସମସ୍ୟା ଏବଂ ବାଦାମ ଭଳି ପ୍ରାକୃତିକ ଜିନିଷ କିପରି ଏଥିରୁ ମୁକ୍ତି ଦେଇପାରିବ? ଚାଲନ୍ତୁ ଜାଣିବା।"


Erectile Dysfunction (ED) ବା ଲିଙ୍ଗର ଶିଥିଳତା କାହିଁକି ହୁଏ?

ଏହାର କାରଣଗୁଡ଼ିକୁ ମୁଖ୍ୟତଃ ଦୁଇ ଭାଗରେ ବିଭକ୍ତ କରାଯାଇପାରେ: ଶାରୀରିକ ଏବଂ ମାନସିକ କାରଣ।

କ) ଶାରୀରିକ କାରଣ (Physical Causes): ଯୋଗୁଁ 

ରକ୍ତ ସଞ୍ଚାଳନରେ ବାଧା: ଯଦି ଶରୀରରେ ରକ୍ତ ସଞ୍ଚାଳନ ଠିକ୍ ଭାବେ ହୁଏ ନାହିଁ, ତେବେ ଗୋପନୀୟ ଅଙ୍ଗ ପର୍ଯ୍ୟନ୍ତ ରକ୍ତ ପହଞ୍ଚିପାରେ ନାହିଁ। ଏହା ED ର ମୁଖ୍ୟ କାରଣ।

ଡାଇବେଟିସ୍ ଏବଂ ହୃଦୟ ରୋଗ: ମଧୁମେହ ଯୋଗୁଁ ସ୍ନାୟୁ (Nerves) ଗୁଡ଼ିକ ଦୁର୍ବଳ ହୋଇଯାଏ।

ହରମୋନାଲ୍ ଅସନ୍ତୁଳନ: ଶରୀରରେ ଟେଷ୍ଟୋଷ୍ଟେରନ୍ (Testosterone) ହରମୋନ୍ କମିଯିବା।

ଭୁଲ୍ ଅଭ୍ୟାସ: ଅତ୍ୟଧିକ ନିଶାଦ୍ରବ୍ୟ ସେବନ, ଧୂମ୍ରପାନ ଏବଂ ମାଂସପେଶୀର ଅତ୍ୟଧିକ ଦୁରୁପଯୋଗ (ମୁଠି ମାରିବା ଅଭ୍ୟାସ) କାରଣରୁ ମଧ୍ୟ ହୋଇପାରେ।

ଖ) ମାନସିକ କାରଣ (Psychological Causes):

ଅତ୍ୟଧିକ ଚିନ୍ତା (Stress): ଅଫିସ୍ ବା ପରିବାରର ଚିନ୍ତା ଯୋଗୁଁ ମନ ଶାନ୍ତ ନ ରହିବା।

Performance Anxiety: 

Self Confidence ର ଅଭାବ "ମୁଁ ସଠିକ୍ ଭାବେ କରିପାରିବି ତ?" - ଏହି ଭୟ ଯୋଗୁଁ ମଧ୍ୟ ଶରୀର ସାଥ୍ ଦିଏ ନାହିଁ।

ଅବସାଦ (Depression): ମନରେ ନିରାଶ ଭାବନା, କୌଣସି ଜିନିଷରେ ଆଗ୍ରହ ନ ରହିବା।

୨. ଦାମ୍ପତ୍ୟ ଜୀବନରେ ଏହାର ପ୍ରଭାବ

Its impact on married life


ଏହି ସମସ୍ୟା ଯୋଗୁଁ ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କରେ ତିକ୍ତତା ଆସିଥାଏ:

ଆତ୍ମବିଶ୍ୱାସ କମିଯିବା: ପୁରୁଷ ନିଜକୁ ଦୋଷୀ ମନେ କରେ, ଯାହା ତାର ମାନସିକ ସ୍ଥିତି ଖରାପ କରିଦିଏ।

ସମ୍ପର୍କରେ ଦୂରତା: ପାରସ୍ପରିକ ସନ୍ତୋଷ ନ ମିଳିବା ଯୋଗୁଁ ଝଗଡ଼ା ଏବଂ ମନୋମାଳିନ୍ୟ ବଢ଼ିଥାଏ।

ନିଃସଙ୍ଗତା: ଲଜ୍ଜା ଯୋଗୁଁ ପୁରୁଷ ନିଜ ସାଥୀଙ୍କଠାରୁ ଦୂରେଇ ରୁହନ୍ତି, ଯାହା ବିବାହିତ ଜୀବନକୁ ଭାଙ୍ଗି ଦେଇପାରେ।

ଏହି ସମସ୍ୟା ର ସମାଧାନ ପାଇଁ ଆୟୁର୍ବେଦିକ ଔଷଧ ଉପରେ ଧ୍ୟାନ କେନ୍ଦ୍ରିତ କରନ୍ତୁ। ଏହି ଔଷଧ ଖାଇବା ପରେ ଆପଣ ଦେଖିପାରିବେ କିଛି ଦିନରେ ଆପଣଙ୍କର ଶରୀରରେ ଏବଂ ମନ ମସ୍ତିଷ୍କ ରେ ଏକ ନୂତନ ଉର୍ଜା ଶକ୍ତି ସୃଷ୍ଟି ହେବ।

ଔଷଧୀୟ ଉପଯୋଗ।Medicinal uses.

୨. ବାଦାମର କାମୋତ୍ତେଜକ ଗୁଣ (Aphrodisiac Properties):

ବାଦାମ କେବଳ ମସ୍ତିଷ୍କ ପାଇଁ ନୁହେଁ, ବରଂ ପୁରୁଷଙ୍କ ଶାରୀରିକ ଶକ୍ତି ବୃଦ୍ଧି ପାଇଁ ମଧ୍ୟ ଏକ 'ସୁପରଫୁଡ୍'। ଏଥିରେ ଥିବା ଜିଙ୍କ୍, ଭିଟାମିନ୍-ଇ ଏବଂ ସେଲେନିୟମ୍ ଶରୀରରେ ଟେଷ୍ଟୋଷ୍ଟେରନ୍ ହରମୋନ୍ ସ୍ତରକୁ ସନ୍ତୁଳିତ ରଖିବାରେ ସାହାଯ୍ୟ କରିଥାଏ।

୩. ସ୍ପେଶାଲ୍ ଘରୋଇ ଉପଚାର (Preparation Guide):

ଯଦି ଆପଣ ଶକ୍ତିର ଅଭାବ ଅନୁଭବ କରୁଛନ୍ତି, ତେବେ ଏହି ମିଶ୍ରଣକୁ ପ୍ରସ୍ତୁତ କରନ୍ତୁ:

 * ୫-୧୦ଟି ବାଦାମ ଗିରି

 * ୧ ଗ୍ରାମ ଶୁଣ୍ଠି (Dry Ginger)

 * ୨୦ ଗ୍ରାମ ଭଜା ଚଣା

 * ୧ ଗ୍ରାମ କଲିମରିଚ

 * ୨୦ ଗ୍ରାମ ମିଶ୍ରି

   ଏହି ସବୁକୁ ଗୁଣ୍ଡ କରି ଏକାଠି ମିଶାଇ ଦିଅନ୍ତୁ। ପ୍ରତିଦିନ ସକାଳେ ଏବଂ ସନ୍ଧ୍ୟାରେ ୫ ରୁ ୧୦ ଗ୍ରାମ ପରିମାଣର ଏହି ମିଶ୍ରଣକୁ ଏକ ଗ୍ଲାସ୍ ଉଷୁମ ଗାଈ କ୍ଷୀର ସହିତ ମିଶାଇ ସେବନ କରନ୍ତୁ। ଏହା ଆପଣଙ୍କ ଶରୀରରେ ନୂଆ ଶକ୍ତି ଏବଂ କାମୋତ୍ତେଜନା ଭରିଦେବ। 

ଏହି ଔଷଧ କୁ ଆଗେ ଦେଇଥିବା ମାତ୍ରା ଅନୁସାରେ ୧ ମାସ ପର୍ଯ୍ୟନ୍ତ ଖାଆନ୍ତୁ। 

ଏହି ମିଶ୍ରଣ ଖାଇଲେ ବିର୍ଯ ଗାଢା ହୁଏ ଏବଂ Sperm count increase ହୁଏ। ସନ୍ତାନ ଉତ୍ପତ୍ତି କ୍ଷମତା ବଢେ।

ଯଦି ସ୍ଵପ୍ନ ଦୋଷ ସମସ୍ୟା ଥାଏ ତେବେ 

୪. ସ୍ୱପ୍ନଦୋଷ ପାଇଁ ସମାଧାନ (Solution for Nightfall):

ଅନେକ ଯୁବକ ସ୍ୱପ୍ନଦୋଷ ଯୋଗୁଁ ଦୁର୍ବଳ ହୋଇଯାଆନ୍ତି। ସେମାନଙ୍କ ପାଇଁ ଟିପ୍ସ:

 * ୫ ଟି ବାଦାମକୁ ରାତିରେ ବତୁରାଇ  ତାର ଚୋପା ଛଡ଼ାଇ ଦିଅନ୍ତୁ।

 * ଏହାକୁ ମିଶ୍ରି,  ଅଧା ଚାମଚ୍ ଘିଅ ଏବଂ ୧ ଚାମଚ୍ ମହୁ ସହ ମିଶାଇ Mixer ରେ grinding କରନ୍ତୁ ଏବଂ ଖାଲି ପେଟରେ ସେବନ କରନ୍ତୁ।

ଯଦି ଲିଙ୍ଗ ଅତ୍ୟଧିକ ଦୂର୍ବଳ ହୋଇଥାଏ ତେବେ, ଗୋଟିଏ ପାନପତ୍ର କୁ ଅଳ୍ପ ଗରମ କରି ଲିଙ୍ଗର ଉପରେ ବାନ୍ଧି ଦିଆଯାଏ।

୫. ଶେଷ କଥା (Conclusion):

"ମନେରଖନ୍ତୁ, ଶାରୀରିକ ଶକ୍ତି କେବଳ ଔଷଧରେ ନୁହେଁ, ବରଂ ସଠିକ୍ ଖାଦ୍ୟପେୟ ଏବଂ ଶୃଙ୍ଖଳିତ ଜୀବନଶୈଳୀରେ ଥାଏ। 

टिप्पणियाँ

इस ब्लॉग से लोकप्रिय पोस्ट

“ଅର୍ଶ ଓ ମଳ କଣ୍ଟକର ଘରୋଇ ଉପଚାର | Piles & Fissure Treatment at Home | Odia Health Tips”

🪴 Tulasi – The King of Home Remedies

ସାବିତ୍ରୀ ଗଛ (ଅଶୋକ) ର ଔଷଧୀୟ ଗୁଣ: ମହିଳାଙ୍କ ପାଇଁ ଏକ ଦିବ୍ୟ ଉପହାର ଓ ବନାଉଷଧିର ଚମତ୍କାର